ଶ୍ରୀ କୃଷ୍ଣ ସିଂହ ପାଇବେ ପ୍ରଦ୍ୟୁମ୍ନ ବଳ ସେବା ସମ୍ମାନ 2023

ମୂଲ୍ୟବୋଧ ଓ ସାଲିସ ବିହୀନ ରାଜନୀତି ତଥା ସାମ୍ବାଦିକତାର ପ୍ରତୀକ ଭାବେ ପରିଚିତ ଜନନେତା ପ୍ରଦ୍ୟୁମ୍ନ ବଳଙ୍କ ୯୧ତମ ଜୟନ୍ତୀ ସମାରୋହ ଆସନ୍ତା ନଭେମ୍ବର ୮ ତାରିଖରେ ପାଳନ କରାଯାଉଛି। ତାଙ୍କ ପ୍ରତିଷ୍ଠିତ ଖବରକାଗଜ ‘ପ୍ରଗତିବାଦୀ’ର ଭୁବନେଶ୍ବର କାର୍ଯ୍ୟାଳୟ ପରିସରରେ ନଭେମ୍ବର ୮, ବୁଧବାର ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଛି।

ପୂର୍ବାହ୍ନ ସାଢେ ୧୦ଟାରୁ ଆରମ୍ଭ କରି ରାତି ସାଢେ ୮ଟା ପର୍ଯ୍ୟନ୍ତ ଦିବସ ବ୍ୟାପୀ ଏହି ସମାରୋହ ଅନୁଷ୍ଠିତ ହେବ। ଏହି ଦିନଟିକୁ ମୂଲ୍ୟବୋଧ ଭିଭିକ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଥିବା ବେଳେ ବିଭିନ୍ନ ଅଧିବେଶନରେ ସାହିତ୍ୟ, ରାଜନୀତି, ସାମ୍ବାଦିକତା, ଜନଆନ୍ଦୋଳନ, ସଂସ୍କୃତି ଓ କ୍ରୀଡା ସମ୍ପର୍କରେ ଆଲୋଚନା କରାଯିବ ।

ସମାରୋହରେ ଛତିଶଗଡର ରାଜ୍ୟପାଳ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଇଂ. ବିଶ୍ଳେଶ୍ଵର ଟୁଡୁ, ଜାତୀୟ ସ୍ତରର ଖ୍ୟାତନାମା ସାମ୍ବାଦିକ ଶ୍ରୀ ସିଦ୍ଧାର୍ଥ ବରଦାରାଜନ, ନ୍ୟାସନାଲ ଗାନ୍ଧୀ ମ୍ୟୁଜିୟମ, ନୂଆଦିଲ୍ଲୀର ସଚିବ ଡକ୍ଟର ଏ.ଆତ୍ମାମଲାଇ ଅତିଥ୍ୟ ଭାବେ ଯୋଗ ଦେଉଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ବିଭିନ୍ନ ନେତୃବୃନ୍ଦ, ସାମ୍ବାଦିକ- ସାହିତ୍ୟିକ ଓ ସାମାଜିକ କାର୍ଯ୍ୟକର୍ତ୍ତା ବିଭିନ୍ନ ଅଧୂବେଶନରେ ବକ୍ତା ଭାବେ ଯୋଗ ଦେବେ ।

Leave a Comment

Your email address will not be published. Required fields are marked *

Scroll to Top